ପ୍ରତିଷ୍ଠାନର ଢାଞ୍ଚା

ଓଡ଼ିଆ ଭାଷା ପ୍ରତିଷ୍ଠାନର ଦୈନନ୍ଦିନ କାର୍ଯ୍ୟନିର୍ବାହ ପାଇଁ ନିର୍ଦ୍ଦେଶକ, କାର୍ଯ୍ୟକ୍ରମ ସଂଯୋଜକ, ସହ-କାର୍ଯ୍ୟକ୍ରମ ସଂଯୋଜକ, ବିତ୍ତ ତଥା ପ୍ରଶାସନିକ ଅଧିକାରୀ, କାର୍ଯ୍ୟାଳୟ ତତ୍ତ୍ୱାବଧାରକ, ବରିଷ୍ଠ ସହାୟକ, ହିସାବ ରକ୍ଷକ, କନିଷ୍ଠ ସହାୟକ, ଡାଟାଏଣ୍ଟ୍ରି ଅପରେଟର, କନିଷ୍ଠ ଗ୍ରନ୍ଥାଗାରିକ, କନିଷ୍ଠ ଷ୍ଟେନୋ, ଟାଇପିଷ୍ଟ, ଡାଇରିଷ୍ଟ, ଚପରାଶି, ଚୌକିଦାର ପଦବୀ ସୃଷ୍ଟି କରାଯାଇଛି।

 

ନିର୍ଦ୍ଦେଶକ : ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ (ଭା.ପ୍ର.ସେ.)

କାର୍ଯ୍ୟକ୍ରମ ସଂଯୋଜକ (୪ଗୋଟି) : ଖାଲିଅଛି

ବିତ୍ତ ତଥା ପ୍ରଶାସନିକ ଅଧିକାରୀ : ଖାଲିଅଛି

ସହ-କାର୍ଯ୍ୟକ୍ରମ ସଂଯୋଜକ (୨ଗୋଟି) : ଖାଲିଅଛି

କାର୍ଯ୍ୟାଳୟ ଅଧୀକ୍ଷକ : ଶ୍ରୀଯୁକ୍ତ ଇନ୍ଦ୍ରମାନି ତ୍ରିପାଠୀ

 

ଅନ୍ୟାନ୍ୟ କାର୍ଯ୍ୟାଳୟ କର୍ମଚାରୀ

କାର୍ଯ୍ୟାଳୟ ତତ୍ତ୍ୱାବଧାରକ : ୧ଜଣ (ଅବସରପ୍ରାପ୍ତ ଅନୁଶାସନ ସଚିବ)

ହିସାବ ରକ୍ଷକ : ଖାଲି ଅଛି (କନିଷ୍ଠ ସହାୟକ ଅତିରିକ୍ତ ଦାୟିତ୍ୱ)

କନିଷ୍ଠ ଗ୍ରନ୍ଥାଗାରିକ ୧ଜଣ

ଅଡ଼ିଟର : ଖାଲି ଅଛି

ବରିଷ୍ଠ ସହାୟକ ୧ଜଣ (କନିଷ୍ଠ ସହାୟକ କାର୍ଯ୍ୟରତ)

କନିଷ୍ଠ ସହାୟକ : ୨ଜଣ

ବରିଷ୍ଠ ଷ୍ଟେନୋ : ଖାଲି ଅଛି

କନିଷ୍ଠ ଷ୍ଟେନୋ : ୧ଜଣ

ଡାଟାଏଣ୍ଟ୍ରି ଅପରେଟର : ୧ଜଣ

ଟାଇପିଷ୍ଟ : ଖାଲି ଅଛି

ଡାଇରିଷ୍ଟ : ୧ଜଣ

ଚପରାଶି ୩ଜଣ

ପିଅନ ତଥା ଚୌକିଦାର : ୧ଜଣ

ଝାଡ଼ୁଦାର : ୧ଜଣ 

 

ନିର୍ଦ୍ଦେଶକଙ୍କ ଅନୁକ୍ରମିକ ତାଲିକା

  • ଡ. କୈଳାସ ଚନ୍ଦ୍ର ଟିକାୟତରାୟ ତା୦୧.୦୨.୦୬ରୁ ତା୩୧.୦୧.୦୭ରିଖ
  • ଡ.ବାଇଲଡୁ ପାଣିଗ୍ରାହୀ (ଭାରପ୍ରାପ୍ତ) ତା୦୧.୦୨.୦୭ରୁ ତା୦୭.୦୨.୦୭ରିଖ
  • ପ୍ରଫେସର (ଡ.) ସେବକ ତ୍ରିପାଠୀ (ଭାରପ୍ରାପ୍ତ) ତା୦୮.୦୨.୦୭ରୁ ତା୩୧.୧୨.୦୮ରିଖ
  • ଡ. ପ୍ରଫୁଲ୍ଲ କୁମାର ରଥ ତା୩୧.୧୨.୦୮ରିଖ ଅପରାହ୍ନରୁ ତା୩୧.୧୨.୧୦ରିଖ
  • ଡ. ପ୍ରଦୀପ୍ତ କୁମାର ବାରିକ (ଭାରପ୍ରାପ୍ତ) ତା୦୭.୦୧.୨୦୧୧ରୁ ତା୦୩.୦୮.୨୦୧୧ରିଖ
  • ଡ. ହରିହର କାନୁନ୍‌ଗୋ ତା୦୩.୦୮.୨୦୧୧ ଅପରାହ୍ନରୁ ତା୨୨.୦୧.୨୦୧୩ରିଖ
  • ଡ.ପ୍ରସନ୍ନ କୁମାର ମହାନ୍ତି (ଭାରପ୍ରାପ୍ତ) ତା୨୩.୦୧.୨୦୧୩ ପୂର୍ବାହ୍ନରୁ ତା୧୨.୦୯.୨୦୧୪ରିଖ
  • ଶ୍ରୀ ହାଡ଼ିବନ୍ଧୁ ସିଂସର୍ଦ୍ଦାର, ଭା.ପ୍ର.ସେ. (ଭାରପ୍ରାପ୍ତ) ତା୧୨.୦୯.୨୦୧୪ରୁ ତା୧୧.୦୧.୨୦୧୬ରିଖ
  • ଡ. ତମସାରାଣୀ ଦାସମହାପାତ୍ର (ଭାରପ୍ରାପ୍ତ) ତା୧୧.୦୧.୨୦୧୬ ଅପରାହ୍ନରୁ ତା୩୧.୦୩.୨୦୨୦ରିଖ
  • ଡ. ଭାଗ୍ୟଲିପି ମଲ୍ଲ (ଭାରପ୍ରାପ୍ତ) ତା୦୧.୦୪.୨୦୨୦ରିଖ ଅପରାହ୍ନରୁ ...

 

ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନଙ୍କର କ୍ଷମତା ଓ କର୍ତ୍ତବ୍ୟ

ନିର୍ଦ୍ଦେଶକ

(କ) ରାଜ୍ୟ ସରକାରଙ୍କ ଦ୍ୱାରା ଜଣେ ବିଦ୍ୱାନ ବ୍ୟକ୍ତି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକଭାବେ ନିଯୁକ୍ତ ହେବେ। ତାଙ୍କର ଓଡ଼ିଆ ଭାଷା, ସାହିତ୍ୟରେ ସ୍ୱତନ୍ତ୍ର ଦକ୍ଷତା ଥିବ ଓ ସେ ରାଜ୍ୟର ଆଞ୍ଚଳିକ ପରିସ୍ଥିତି ସହିତ ସମ୍ପୂର୍ଣ୍ଣ ପରିଚିତ ଥିବେ ଓ ଭାଷା ପ୍ରତିଷ୍ଠାନକୁ ଦିଗ୍‌ଦର୍ଶନ ଦେବା ପାଇଁ ସକ୍ଷମ ହେବେ।

(ଖ) ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ କାର୍ଯ୍ୟନିର୍ବାହୀ କମିଟିର ବୈଠକରେ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। 

(ଗ) ନିର୍ଦ୍ଦେଶକ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବେ ଏବଂ କାର୍ଯ୍ୟନିର୍ବାହୀ କମିଟିର ସମୟାନୁଭିତ୍ତିକ ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଦେଶକଙ୍କ କ୍ଷମତା, କର୍ତ୍ତବ୍ୟ ଓ ଦାୟିତ୍ୱ ନିରୂପିତ ହେବ।

(ଘ) ପ୍ରତିଷ୍ଠାନ ଦ୍ୱାରା ଗୃହୀତ ହୋଇଥିବା ସମସ୍ତ ଗବେଷଣା କାର୍ଯ୍ୟ, ପ୍ରଶିକ୍ଷଣ, ଶିକ୍ଷା, ପ୍ରକାଶନ ତଥା ଯାବତୀୟ ଶିକ୍ଷାଗତ କାର୍ଯ୍ୟର ସାମୂହିକ ତତ୍ତ୍ୱାବଧାନ ଓ ନିୟନ୍ତ୍ରଣ କରିବା ସଂଗେସଂଗେ ଏହାର ଉନ୍ନତି ଏବଂ ସୁପରିଚାଳନା କରିବା ନିର୍ଦ୍ଦେଶକଙ୍କ କର୍ତ୍ତବ୍ୟ। ଏଥିସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ କାର୍ଯ୍ୟାବଳୀ ଓ ତାହାର ସାଧାରଣ ତତ୍ତ୍ୱାବଧାନ, ନିୟନ୍ତ୍ରଣ ଓ ନିର୍ଦ୍ଦେଶନା ତାଙ୍କ ଅଧୀନରେ ରହିବ।

(ଙ) ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ କମିଟିର ନିର୍ଦ୍ଦେଶାନୁଯାୟୀ ନିର୍ଦ୍ଦେଶକ ତାଙ୍କର କାର୍ଯ୍ୟ କରିବେ ଏବଂ କମିଟି ନିକଟରେ ତାଙ୍କର କାର୍ଯ୍ୟଧାରା ନିମନ୍ତେ ଉତ୍ତରଦାୟୀ ରହିବେ। କମିଟିର ନିଷ୍ପତ୍ତିକୁ ବିଶ୍ୱସ୍ତ ଭାବେ ସମ୍ପାଦନ କରିବା ସହିତ ଏହାର ନୀତି, ନିୟମ, ବିନିୟମ ଓ ନିର୍ଦ୍ଧାରଣଗୁଡ଼ିକୁ ସେ ପାଳନ କରିବେ।

(ଚ) ପ୍ରତ୍ୟେକ ଆର୍ଥିକବର୍ଷର ଅନ୍ୟୂନ ୧ମାସ ପୂର୍ବରୁ ନିର୍ଦ୍ଦେଶକ ଆଗାମୀ ବର୍ଷର ଆୟ ବ୍ୟୟ ସମ୍ବନ୍ଧୀୟ ହିସାବ ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନର ବାର୍ଷିକ କାର୍ଯ୍ୟ ସମ୍ବନ୍ଧୀୟ ଏକ ସ୍ମାରକପତ୍ର କାର୍ଯ୍ୟନିର୍ବାହୀ କମିଟି ନିକଟରେ ଦାଖଲ କରିବେ। ଆବଶ୍ୟକସ୍ଥଳେ ସେ ଆୟ ବ୍ୟୟ ସମ୍ବନ୍ଧୀୟ ହିସାବକୁ ପୁନର୍ମାର୍ଜିତ କରି କମିଟି ନିକଟରେ ଦାଖଲ କରିପାରିବେ।

(ଛ) ପ୍ରତ୍ୟେକ ବର୍ଷର ଆୟ ବ୍ୟୟ ସମ୍ବନ୍ଧୀୟ ହିସାବ ଓ ବାର୍ଷିକ କାର୍ଯ୍ୟକ୍ରମ, କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନ କରିସାରିବା ପରେ ନୂଆ ଆର୍ଥିକବର୍ଷର ପ୍ରଥମ ଭାଗରେ ସାଧାରଣ ପରିଷଦର ଅନୁମୋଦନ ପାଇଁ ଚିଠା ପ୍ରସ୍ତୁତ କରିବେ।

(ଜ) ପ୍ରତିଷ୍ଠାନର ଗବେଷଣା, ପ୍ରଶିକ୍ଷଣ, ଶିକ୍ଷାଦାନ, ପ୍ରକାଶନ ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଯୋଜନା ପ୍ରଣୟନ କରି ତାକୁ କାର୍ଯ୍ୟରେ ପରିଣତ କରିବେ।

(ଝ) ପ୍ରତିଷ୍ଠାନର ଗବେଷଣା ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟର ପୁନର୍ବିଚାର କରିବେ।

(ଞ) ଯେଉଁ ଶିକ୍ଷାବିତ୍‌ମାନେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମ୍ମାନସୂଚକ ଅଧ୍ୟାପକ କିମ୍ବା ସମ୍ମାନସୂଚକ ଫେଲୋ ଉପାଧିକାରୀ ଭାବେ ନିମନ୍ତ୍ରିତ ହେବେ, ସେମାନଙ୍କର ନାମ କାର୍ଯ୍ୟନିର୍ବାହୀ କମିଟିକୁ ସୁପାରିଶ କରିବେ।

(ଟ) ଯେତେବେଳେ ଆବଶ୍ୟକ ପଡ଼ିବ, ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆୟୋଜନ କରି ପରୀକ୍ଷାଫଳ ପ୍ରକାଶ କରିବେ।

(ଠ) କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନକ୍ରମେ କର୍ମଚାରୀ ବାଛିବେ ଓ ନିଯୁକ୍ତି କରିବେ।

(ଡ) ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବାର୍ଷିକ ବିବରଣୀ, ହିସାବ ସମୀକ୍ଷକଙ୍କ ବିବରଣୀ ଓ ସମୀକ୍ଷିତ ହିସାବ ସହ ପ୍ରକାଶ କରିବେ।

(ଢ) କାର୍ଯ୍ୟନିର୍ବାହୀ କମିଟିର ସିଦ୍ଧାନ୍ତଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

(ଣ) ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ ସମ୍ପତ୍ତି ଓ ପାଣ୍ଠିର ସୁସ୍ଥ ଏବଂ ଲାଭଜନକ ପରିଚାଳନା କରିବେ।

 

ନିର୍ଦ୍ଦେଶକଙ୍କର ଆଇନଗତ ଦାୟିତ୍ୱ : 

(କ)  ପ୍ରତିଷ୍ଠାନ ପକ୍ଷରୁ ନିର୍ଦ୍ଦେଶକଙ୍କ ନାମରେ ଯେ କୌଣସି ମକଦ୍ଦମା ଦାଖଲ ହୋଇପାରିବ ଏବଂ ନିର୍ଦ୍ଦେଶକ ମଧ୍ୟ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଯେ କୌଣସି ମକଦ୍ଦମା ଦାଖଲ କରିପାରିବେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ବିନିମୟ ଏବଂ କାର୍ଯ୍ୟନିର୍ବାହୀ କମିଟିର ଯଦି କୌଣସି ନିର୍ଦ୍ଦେଶ ଥାଏ, ତେବେ ତାର ପ୍ରତିସାପେକ୍ଷ ହୋଇ ନିର୍ଦ୍ଦେଶକ ପ୍ରତିଷ୍ଠାନର ସମସ୍ତ ବ୍ୟାବସାୟିକ ଓ ଆଇନ ସମ୍ୱନ୍ଧୀୟ ବିଷୟଗୁଡ଼ିକରେ ପ୍ରତିନିଧିତ୍ୱ କରିପାରିବେ ଏବଂ ପ୍ରତିଷ୍ଠାନର ସମସ୍ତ ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକରେ ଦସ୍ତଖତ କରିପାରିବେ ।

(ଖ)  ପ୍ରତିଷ୍ଠାନର ସମସ୍ତ ଅଭିଲେଖ ଓ ସାଧାରଣ ମୋହର ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ରହିବ ।

 

କାର୍ଯ୍ୟକ୍ରମ ସଂଯୋଜକ : 

(କ)  କାର୍ଯ୍ୟକ୍ରମ ସଂଯୋଜକ ପ୍ରକଳ୍ପ ପରିଚାଳନା ଦାୟିତ୍ୱ ତୁଲାଇବେ । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ପରିଚାଳନା ଓ ନିର୍ଦ୍ଦେଶକଙ୍କୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ ପାଇଁ ପ୍ରସ୍ତାବ ପ୍ରଦାନ କରିବେ । ପ୍ରକଳ୍ପର ଅଗ୍ରଗତି, ଅନୁଶୀଳନ, ପର୍ଯ୍ୟାଲୋଚନା ଓ ପରିସମାମ୍ପି ପାଇଁ ଯୋଜନା ପ୍ରଣୟନ ସହ ନିଜ ବିଚାରଧାରାର ପ୍ରୟୋଗ କରିବେ ।

(ଖ)  ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅନ୍ୟ ଯେ କୌଣସି ଦାୟିତ୍ୱ ସମ୍ପାଦନ କରିବେ ।

 

ବିତ୍ତ ତଥା ପ୍ରଶାସନିକ ଅଧିକାରୀ : 

କାର୍ଯ୍ୟାଳୟ ପ୍ରଶାସନ ଓ ଆର୍ଥିକ ପରିଚାଳନା ଦାୟିତ୍ୱ ତୁଲାଇବେ । ବିତ୍ତ ତଥା ପ୍ରଶାସନିକ ଅଧିକାରୀ ପ୍ରତିଷ୍ଠାନର ଅର୍ଥ ଉଠାଣ ଓ ବିତରଣ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପ୍ରତିଷ୍ଠାନର ସମସ୍ତ ପ୍ରକାର ଆର୍ଥିକ ଦେଣ-ନେଣ ତାଙ୍କ ଦ୍ୱାରା ସମ୍ପାଦିତ ହେବ ।

ସହ କାର୍ଯ୍ୟକ୍ରମ ସଂଯୋଜକ : କାର୍ଯ୍ୟକ୍ରମ ସଂଯୋଜକଙ୍କୁ ବିବିଧ ପ୍ରକଳ୍ପ ସଂଯୋଜନାରେ ସହାୟତା ପ୍ରଦାନ କରିବେ । 

କାର୍ଯ୍ୟାଳୟ ତତ୍ତ୍ୱାବଧାରକ : କାର୍ଯ୍ୟାଳୟର ସାମଗ୍ରିକ ପରିଚାଳନା ଦାୟିତ୍ୱ ତୁଲାଇବେ । 

ବରିଷ୍ଠ ସହାୟକ : କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିବେ । 

ହିସାବ ରକ୍ଷକ : ସମସ୍ତ ବିତ୍ତୀୟ କାର୍ଯ୍ୟ ଓ ହିସାବ ପରିଚାଳନା କରିବେ । 

ଅଡ଼ିଟର : ଭାଷା ପ୍ରତିଷ୍ଠାନର ହିସାବ ଅଡ଼ିଟ୍‍ କରିବେ । 

ବରିଷ୍ଠ ଷ୍ଟେନୋ : ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ସହ ସଂଲଗ୍ନ ରହି କାର୍ଯ୍ୟ କରିବେ । 

ଡାଟାଏଣ୍ଟ୍ରି ଅପରେଟର : କାର୍ଯ୍ୟାଳୟର ଦୈନନ୍ଦିନ ତଥ୍ୟର କମ୍ପ୍ୟୁଟରୀକରଣ କରିବେ । 

କନିଷ୍ଠ ଗ୍ରନ୍ଥାଗାର ସହାୟକ : ଭାଷା ପ୍ରତିଷ୍ଠାନର ଗ୍ରନ୍ଥାଗାର କାର୍ଯ୍ୟ ପରିଚାଳନା କରିବେ । 

କନିଷ୍ଠ ଷ୍ଟେନୋ : ପ୍ରଶାସନିକ ଅଧିକାରୀ / କାର୍ଯ୍ୟକ୍ରମ ସଂଯୋଜକଙ୍କ ସହ ସଂଯୁକ୍ତ ରହି କାର୍ଯ୍ୟ କରିବେ । 

କନିଷ୍ଠ ସହାୟକ : କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବେ । 

କନିଷ୍ଠ ଟାଇପିଷ୍ଟ : କାର୍ଯ୍ୟାଳୟର ସମସ୍ତ ଟାଇପିଙ୍ଗ କାର୍ଯ୍ୟ କରିବେ । 

ଡାଇରିଷ୍ଟ : କାର୍ଯ୍ୟାଳୟର ଦୈନନ୍ଦିନ ପତ୍ର ନିର୍ଗମନ ଓ ଡାଏରି କାର୍ଯ୍ୟ ସମ୍ପାଦନ କରିବେ ।

ପିଅନ : ଜଣେ ନିର୍ଦ୍ଦେଶକଙ୍କ ସଂଲଗ୍ନ, ଜଣେ ଅନ୍ୟାନ୍ୟ ଅଧିକାରୀଙ୍କ ସଂଲଗ୍ନ ଏବଂ ଅନ୍ୟ ଜଣେ ଦମ୍ପରର କାର୍ଯ୍ୟ ତଥା ଡାକ ପରିବହନ କରିବେ । 

ପିଅନ ତଥା ଚୌକିଦାର : ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରିବେ । 

ଝାଡୁଦାର : କାର୍ଯ୍ୟାଳୟ ପରିମଳ ନିମିତ୍ତ କାର୍ଯ୍ୟ କରିବେ । 

 
ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ଅନୁସୃତ ପଦ୍ଧତି ତଥା ତଦାରଖ ଉତ୍ତରଦାୟିତ୍ୱର ବିଭିନ୍ନ ସ୍ତର: 
ପ୍ରକଳ୍ପ ବିଚାର କମିଟି :
କାର୍ଯ୍ୟନିର୍ବାହୀ କମିଟିଙ୍କ ଅନୁମୋଦନକ୍ରମେ ଏକ କମିଟି ଗଠିତ ହୁଏ । ଏହି କମିଟିର ଆବାହକ ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ କାର୍ଯ୍ୟ କରନ୍ତି ।
(କ) ପ୍ରକଳ୍ପ :
ଓଡ଼ିଆ ଭାଷାର ସମୃଦ୍ଧି, ସଂରକ୍ଷଣ, ବିକାଶ ଓ ପ୍ରସାର ପାଇଁ ଓଡ଼ିଶାର ଜନସାଧାରଣ ପ୍ରକଳ୍ପର ସଂପୂର୍ଣ୍ଣ ରୂପରେଖ ସହ ପ୍ରସ୍ତାବ, ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ପ୍ରଦାନ କରିପାରିବେ । ଏଥିସହ ପ୍ରତିଷ୍ଠାନର ସଂଯୋଜକ ଓ ସହକାରୀ ସଂଯୋଜକ ମଧ୍ୟ ଉପରୋକ୍ତ ଲକ୍ଷ୍ୟରେ ପ୍ରକଳ୍ପର ପ୍ରସ୍ତାବ ଦେଇପାରିବେ । 
 
ପ୍ରକଳ୍ପଗୁଡ଼ିକ ସଂଯୋଜକ/ସହ ସଂଯୋଜକଙ୍କ ଦ୍ୱାରା ଗ୍ରହଣ ତଥା ତର୍ଜମା କରାଯାଇ ନିର୍ଦ୍ଦେଶକଙ୍କ ଅନୁମତି ନିମିତ୍ତ ଉପସ୍ଥାପନ କରାଯାଏ । ପ୍ରକଳ୍ପ ବିଚାର କମିଟି ଏହି ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପରାମର୍ଶ ଦେବା ପରେ ତାହା କାର୍ଯ୍ୟନିର୍ବାହୀ କମିଟିଙ୍କ ଅନୁମୋଦନ ନିମିତ୍ତ ଉପସ୍ଥାପନ କରାଯାଏ ।
ପ୍ରକଳ୍ପଗୁଡ଼ିକ ଅନୁମୋଦିତ ହେଲା ପରେ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି ତାହାର କାର୍ଯ୍ୟକାରିତା ଦିଗରେ ପଦକ୍ଷେପ ନିଆଯାଏ ।
ବିଶେଷସ୍ଥଳରେ ଆବଶ୍ୟକ ମନେହେଲେ, ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ଯେ କୌଣସି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇପାରେ ଏବଂ ଏହା ପରର୍ବତ୍ତୀ ସମୟରେ କାର୍ଯ୍ୟନିର୍ବାହୀ କମିଟିର କାର୍ଯ୍ୟୋତ୍ତର ଅନୁମୋଦନ ନିମିତ୍ତ ଉପସ୍ଥାପନ କରାଯାଏ । କାର୍ଯ୍ୟନିର୍ବାହୀ କମିଟିଙ୍କ ନିଷ୍ପତ୍ତିଗୁଡ଼ିକ, ପ୍ରତିଷ୍ଠାନର ସାଧାରଣ ପରିଷଦ ଦ୍ୱାରା ବିଚାର ଓ ଅନୁମୋଦନ ହେବାର ବ୍ୟବସ୍ଥା ରହିଛି ।
(ଖ) ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ପରେ କାର୍ଯ୍ୟକ୍ରମ ସଂଯୋଜକ / ସହକାର୍ଯ୍ୟକ୍ରମ ସଂଯୋଜକମାନେ ପ୍ରକଳ୍ପ ନିମିତ୍ତ ଆବଶ୍ୟକ ବିଶେଷଜ୍ଞମାନଙ୍କ ନାମ ପ୍ରକଳ୍ପ ନିମିତ୍ତ ଗ୍ରହଣ କରିବାପାଇଁ ନିର୍ଦ୍ଦେଶକଙ୍କୁ ସୁପାରିଶ କରନ୍ତି ।
(ଗ) ଏହି ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରସ୍ତୁତି ସମୟରେ ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଅଗ୍ରାଧିକାର ଦିଆଯାଇ ପ୍ରକଳ୍ପର ଆଭିମୁଖ୍ୟ, କାର୍ଯ୍ୟପ୍ରଣାଳୀ, ମାନବ ସମ୍ୱଳ, ଆନୁଷଙ୍ଗିକ ସାମଗ୍ରୀ, ସମୟସୀମା, ବ୍ୟୟ ଅଟକଳ, ସମ୍ଭାବ୍ୟ ଉପଲବ୍ଧି ଓ ଉପଯୋଗିତା ଆଦି ୮ଟି ଦିଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥାଏ । 
(ଘ) ବିଶେଷଜ୍ଞ କମିଟି ଗଠନ ପରେ ପ୍ରକଳ୍ପର କାର୍ଯ୍ୟକାରିତା ଆରମ୍ଭ କରାଯାଏ । ଯଦି ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରକଳ୍ପର ଅଧ୍ୟକ୍ଷ ମନୋନୀତ ହୋଇ ନଥାନ୍ତି ତେବେ ବିଶେଷଜ୍ଞମାନେ ବୈଠକରେ ଏକାଠି ହୋଇ ପ୍ରକଳ୍ପର ଅଧ୍ୟକ୍ଷ ମନୋନୟନ କରନ୍ତି ।
(ଙ) ଏହି ବିଶେଷଜ୍ଞ କମିଟି ବିଶେଷ କ୍ଷେତ୍ରରେ ନିଜେ ପ୍ରକଳ୍ପର କାର୍ଯ୍ୟଧାରାରେ ଅଂଶ ଗ୍ରହଣ କରିପାରନ୍ତି କିମ୍ୱା ସହଯୋଗ କରିବାପାଇଁ ଅନ୍ୟ ସହଯୋଗୀଙ୍କ ସହାୟତା ନେବାପାଇଁ ପ୍ରତିଷ୍ଠାନକୁ ପରାର୍ମଶ ଦେଇପାରନ୍ତି ।
(ଚ) କାର୍ଯ୍ୟକ୍ରମ ସଂଯୋଜକ / ସହ କାର୍ଯ୍ୟକ୍ରମ ସଂଯୋଜକ ବିଭିନ୍ନ ପ୍ରକଳ୍ପର ସଂଯୋଜନା ଦାୟିତ୍ୱରେ ରହିଛନ୍ତି । ବିଶେଷଜ୍ଞ ତଥା ପରାର୍ମଶଦାତାଙ୍କ ସହଯୋଗକ୍ରମେ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ସମୟ ଓ ବ୍ୟବସ୍ଥିତ ବ୍ୟୟ ଅଟକଳ ମଧ୍ୟରେ ପରିସମାମ୍ପ କରିବାପାଇଁ ଚେଷ୍ଟା କରିଥାନ୍ତି-
(ଛ) ପ୍ରକଳ୍ପର ବ୍ୟୟ ଅଟକଳ :
      ପ୍ରତ୍ୟେକ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ବେଳେ ତାର ନିର୍ଦ୍ଦିଷ୍ଟ ବ୍ୟୟ ଅଟକଳ ସ୍ଥିର କରାଯାଇଥାଏ । ଏହି ବ୍ୟୟ ଅଟକଳ କାର୍ଯ୍ୟନିର୍ବାହୀ କମିଟିଙ୍କ ଦ୍ୱାରା ଅନୁମୋଦିତ ହେଉଥିବାରୁ ପରର୍ବତ୍ତୀ ସମୟରେ ଏଥିରେ କୌଣସି ପରିର୍ବତ୍ତନ ଯଦି ଆବଶ୍ୟକ ପଡେ଼, ତେବେ କାର୍ଯ୍ୟନିର୍ବାହୀ କମିଟିଙ୍କ ପୁନଃ ଅନୁମୋଦନ ଆବଶ୍ୟକ ହୁଏ ।
(ଜ) କୌଣସି ପ୍ରକଳ୍ପର ଅଗ୍ରଗତି କିମ୍ୱା ପରିସମାମ୍ପି କ୍ଷେତ୍ରରେ, ବିଶେଷଜ୍ଞ କମିଟି ପ୍ରତିଷ୍ଠାନ ନିକଟରେ, ପ୍ରତିଷ୍ଠାନ କାର୍ଯ୍ୟନିର୍ବାହୀ କମିଟି ନିକଟରେ ଏବଂ କାର୍ଯ୍ୟନିର୍ବାହୀ କମିଟି ସାଧାରଣ ପରିଷଦ ନିକଟରେ ଉତ୍ତରଦାୟୀ ରହିବେ ।
 
ପ୍ରତିଷ୍ଠାନର ନିୟନ୍ତ୍ରଣରେ ଥିବା ବିଭିନ୍ନ ବର୍ଗର ଦସ୍ତାବିଜ :
(କ) ପ୍ରକଳ୍ପ ସମ୍ୱନ୍ଧୀୟ ଦସ୍ତାବିଜ
(ଖ) ଆର୍ଥିକ ନେଣ-ଦେଣ ସମ୍ପର୍କିତ ଦସ୍ତାବିଜ
(ଗ) ପ୍ରଶାସନିକ ଦସ୍ତାବିଜ
(ଘ) କୋର୍ଟ କଚେରୀ ସମ୍ୱନ୍ଧୀୟ ଦସ୍ତାବିଜ
(ଙ) ଲୋକ ସୂଚନା ଅଧିକାର ସମ୍ପର୍କିତ ଦସ୍ତାବିଜ