ଓଡ଼ିଆ ଭାଷା ପ୍ରତିଷ୍ଠାନ

ଓଡ଼ିଆ ଭାଷାର ସଂରକ୍ଷଣ, ସମୃଦ୍ଧି ଓ ସମ୍ପ୍ରସାରଣ ପାଇଁ ସଂକଳ୍ପବଦ୍ଧ ଏକ ସ୍ୱୟଂଶାସିତ ଅନୁଷ୍ଠାନ । ୨୦୦୬ ମସିହା ଏପ୍ରିଲ୍ ୧ ତାରିଖ (ଉତ୍କଳ ଦିବସ)ରେ ଏହି ପ୍ରତିଷ୍ଠାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି । ପ୍ରତିଷ୍ଠା ଦିନଠାରୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଓଡ଼ିଆ ଭାଷା ପ୍ରତିଷ୍ଠାନ ତା୨୪.୦୬.୨୦୧୫ରିଖଠାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରୁଅଛି । ଏହାର ଏକ ସାଧାରଣ ପରିଷଦ ଓ ଏକ କାର୍ଯ୍ୟନିର୍ବାହୀ କମିଟ ଅଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଧାରଣ ପରିଷଦର ସଭାପତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଏହାର ଉପସଭାପତି ଅଟନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଏବଂ ମୁଖ୍ୟ ଶାସନସଚିବ ଏହି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରନ୍ତି ।

ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ୍, ଭା.ପ୍ର.ସେ
କମିସନର ତଥା ଶାସନ ସଚିବ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଓଡ଼ିଶା ସରକାର
ଶ୍ରୀଯୁକ୍ତ ଦିଲୀପ ରାଉତରାୟ (ଭା.ପ୍ର.ସେ.)
ନିର୍ଦ୍ଦେଶକ
ଓଡ଼ିଆ ଭାଷା ପ୍ରତିଷ୍ଠାନ